ଭୁବନେଶ୍ୱର : ରାଜଧାନୀରେ ବଢ଼ିଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀ ତାଙ୍କର ଆକ୍ରମଣର ଶୀକର ହୋଇଛନ୍ତି । ଆକ୍ରମଣରେ ଶିକାର ହୋଇ ଥିବା ପୋଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ଧଉଳି ଥାନାର ଏସଆଇ ରମେଶ ଭୋଳ। ଆକ୍ରମଣରେ ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଧଉଳି ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ କିଛି ଲୋକ ନିଶା କାରବାର ଚଲାଇଥିବା ଧଉଳି ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଧଉଳି ଥାନା ଏସଆଇ ରମେଶ ଭୋଳ ପୁଲିସ ଟିମ୍କୁ ନେଇ ପରିତ୍ୟକ୍ତ ଘରେ ଚଢ଼ାଉ କରିବାକୁ ପିସିଆର ଭ୍ୟାନ ନେଇ ପହଞ୍ଚିଥିଲେ। ଚଢ଼ାଉ ବେଳେ ନିଶା ମାଫିଆମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ।