ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଳ ମହଲାରେ ରହିଥିବା ଚକ୍ଷୁ ବର୍ହିବିଭାଗ ସମ୍ମୁଖ ଛାତରୁ ସିଲିଂ ଖସିପଡିଛି । ଆଜି ସକାଳେ ଏହି ଅଘଟଣ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଛାତରୁ ସିଲିଂ ଖସିଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି, ଏଥି ପୂର୍ବରୁ ମଧ୍ୟ ଅନେକ ଥର ସାତ ମହଲା ବିଶିଷ୍ଟ ଏହି ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ଥିବା ୱାର୍ଡ଼ର କାନ୍ଥରୁ ଟାଇଲ୍ ଓ ଛାତରୁ ସିଲିଂ ଖସି ରୋଗୀ ଓ ତାଙ୍କ ସମ୍ପର୍କିୟ ଆହତ ହୋଇଥିବାର ନଜିର୍ ରହିଛି ।