କୋଲକାତା : ଯାଦବପୁର ବିଶ୍ୱବିଦ୍ୟାଳୟରେ ବଙ୍ଗଳା ବିଭାଗର ପ୍ରଥମ ବର୍ଷ ଛାତ୍ର ସ୍ୱପ୍ନଦୀପ କୁଣ୍ଡୁ ମୃତ୍ୟୁ ଘଟଣା । ତିନିଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଗିରଫ ଛାତ୍ରମାନେ ହେଲେ କେମେଷ୍ଟ୍ରିରେ ପିଜି ପାସ୍ ଆଉଟ ଶେଖ ନସିମ ଅଖତର, ଗଣିତରେ ପିଜି ପାସ୍ ଆଉଟ ହିମାଂଶୁ କର୍ମକାର ଓ କମ୍ପ୍ୟୁଟର ସାଇନ୍ସର ଚତୁର୍ଥ ବର୍ଷର ଛାତ୍ର ସତ୍ୟବ୍ରତ ରାୟ । ସତ୍ୟବ୍ରତ ଏବେ ୟୁନିଭର୍ସିଟିରେ ପଢୁଥିବା ବେଳେ ନସିମ ଓ ହିମାଂଶୁ ପୂର୍ବତନ ଛାତ୍ର ଅଟନ୍ତି ।
ଏହି 3ଜଣଙ୍କୁ ଗିରଫ ପରେ ଗିରଫ ସଂଖ୍ୟା 12 ଛୁଇଁଛି । ଏହାପୂର୍ବରୁ ଅଗଷ୍ଟ 16ରେ 6ଜଣ ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ମହମ୍ମଦ ଆସିଫ୍, ମହମ୍ମଦ ଆରିଫ୍, ଅଙ୍କନ ସରକାର, ଅସିତ ସରଦାର, ସୁମନ ନଶ୍କର ଓ ସପ୍ତକ କମେଲିୟାଙ୍କୁ ଗିରଫ କରିଥିଲା ପୋଲିସ । ଏମାନଙ୍କ ମଧ୍ୟରୁ ଅସିତ ସରଦାର, ସପ୍ତକ ଓ ସୁମନ ପୂର୍ବତନ ଛାତ୍ର ଥିଲେ । ସେହିପରି ମହମ୍ମଦ ଆରିଫ ଓ ଅଙ୍କନ ସରଦାର ସିଭିଲ୍ ଇଞ୍ଜିନିୟରିଂର ତୃତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ମହମ୍ମଦ ଆସିଫ୍ ଇଲେକ୍ଟ୍ରି ବିଭାଗର ଚତୁର୍ଥ ବର୍ଷ ଛାତ୍ର ଅଟନ୍ତି ।
ଛାତରୁ ପଡି ସ୍ୱପ୍ନଦୀପଙ୍କର ମୃତ୍ୟୁ ହୋଇଥିବା ବେଳେ ରାଗିଂ ଅଭିଯୋଗ ଆଣିଥିଲେ ପରିବାର ଲୋକେ ।