ନୂଆଦିଲ୍ଲୀ : ଲଗାତର ଭାବେ ଅଣ୍ଡର ୨୦ ବିଶ୍ୱ ଟାଇଟଲ ଜିତି ପ୍ରଥମ ମହିଳା ରେସଲର୍ ଭାବେ ଇତିହାସ ରହିଛନ୍ତି ଅନ୍ତିମ ପଙ୍ଘାଲ । 53 କିଲୋଗ୍ରାମ ବର୍ଗରେ ସେ ୟୁକ୍ରେନ ପ୍ରତିଦ୍ୱନ୍ଦ୍ୱି ମାରିୟା ୟେଫ୍ରେମୋଭାଙ୍କୁ 4-0ରେ ହରାଇ ଏହି ଟାଇଟଲ ହାତେଇଛନ୍ତି । ଏହି ଅବସରରେ କେନ୍ଦ୍ରକ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀୟ ରେସଲର ସବିତା 62 କିଲୋଗ୍ରାମ ବର୍ଗରେ ଓ ପ୍ରିୟା ମଲିକ 76 କିଲୋଗ୍ରାମ ବର୍ଗରେ ଅଣ୍ଡର-20 ବିଶ୍ୱ ଚାମ୍ପିୟାନ ହୋଇଛନ୍ତି । ଅନ୍ତିମ କୁଣ୍ଡୁ 65 କିଲୋଗ୍ରାମରେ ରୌପ୍ୟ, 57 କିଲୋଗ୍ରାମରେ ରୀନା, 68 କିଲୋଗ୍ରାମରେ ଆରଜୁ, 72 କିଲୋଗ୍ରାମରେ ହର୍ଷିତା କାଂସ୍ୟ ପଦକ ହାସଲ କରିଛନ୍ତି ।
ରେସଲରମାନଙ୍କ ଏହି ବିଜୟ ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ରେ ସେ କହିଛନ୍ତି ଯେ, ପୁଣି ଥରେ ଇତିହାସ ଲେଖିବା ଓ ଦ୍ୱିତୀୟ ଥର ଅଣ୍ଡର-୨୦ ବିଶ୍ୱ ଚାମ୍ପିୟାନ (53 କିଲୋଗ୍ରାମ ଭାରରେ)ହେବାରେ ପ୍ରଥମ ଓ ଏକମାତ୍ର ଭାରତୀୟ ମହିଳା ରେସଲରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।