ବଲାଙ୍ଗିର : ନକଲି ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଜିଲ୍ଲା ଶିକ୍ଷା ବିଭାଗ। ଚାକିରୀରୁ ବହିଷ୍କାର ହେଲେ ଚାରି ହାଇସ୍କୁଲ ଶିକ୍ଷକ। ଚାରି ଶିକ୍ଷକ ହେଲେ ଗଣ୍ଡପତ୍ରା ପାଲିର ସଂଜୀତ ପାଣି ମହାନନ୍ଦ, ରଣ୍ଡାର ମୃମୟୀ ପଣ୍ଡା, ସୁଲେକେଲାର ବିରଞ୍ଚି ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଅଲମା ଟପ୍ପୋ। ଏମାନଙ୍କୁ ଚାକିରୀରୁ ବହିଷ୍କାର କଲେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ । ଏହା ପୂର୍ବରୁ ମୃମୟୀ ପଣ୍ଡା ଟାଉନ ପୋଲିସ ଦ୍ବାରା ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଫେରାର ଅଛନ୍ତି।
ପୂର୍ବରୁ ନକଲି ସାର୍ଟିଫିକେଟ ଦେଇ ଚାକରି ହାତେଇଥିବା ଯୋଗୁଁ ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ବାରମ୍ବାର ଉପରୁ ନିର୍ଦ୍ଦେଶ ଆସିଥିଲା। କ୍ରାଇମବ୍ରାଞ୍ଚ ମଧ୍ୟ ନକଲି ସାର୍ଟିଫିକେଟ ଯାଞ୍ଚ ବେଳେ କିଛି ଶିକ୍ଷକଙ୍କୁ ତଦନ୍ତ ପାଇଁ ନେଇଥିଲା।