ଭୁବନେଶ୍ୱର : କଳାହାଂଡି ଜିଲ୍ଲାରେ ଜଙ୍ଗଲରୁ ବାରାହ ଶିକାର କରି ଦୁଇ ଶିକାରୀ ଗିରଫ ହୋଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ଜଙ୍ଗଲ ବାରାହ ଶିକାର କରୁଥିଲେ । ଏହି ମାମଲାରେ ଦୁଇ ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ନିକଟସ୍ଥ ବିଶି ବର୍ଣି ସଂରକ୍ଷିତ ଜଙ୍ଗଲର ଏକ ବାରାହ ଗାଁକୁ ଆସିଥିବା ବେଳେ ସଙ୍ଘବଦ୍ଧ ହୋଇ ମାରିଥିଲେ । ବନ ବିଭାଗ ଦୁଇଜଣଙ୍କୁ ଧରିଥିବା ବେଳେ ଅନେକ ଲୋକ ଫେରାର ଥିବା ଜଣାପଡିଛି ।ଅଭିଯୁକ୍ତମାନେ ହେଲେ ବାଞ୍ଜିପଦର ଗ୍ରାମର ଗୁର ଭୋଇ ଓ ଗୁପ୍ତେଶ୍ଵର ନାଗ । ଅନ୍ୟ ପକ୍ଷରେ ବନ ବିଭାଗର ବରାହ ମୁଣ୍ଡକୁ ଜବତ କରିଛି ।