ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଗ୍ରୁପ ସେଣ୍ଟରରେ ୪ କୋଟିତମ ଚାରାରୋପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 2020 ଜୁଲାଇ 12ରେ ଗୃହମନ୍ତ୍ରୀ ଏହି ବିଶାଳ ଓ ଅନନ୍ୟ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପକ୍ଷରୁ 2020-22 କେବଳ ତିନି ବର୍ଷରେ ପୂରାଦେଶରେ ସାମୁହିକ ଭାବେ 3.55 କୋଟିରୁ ଅଧିକ ବୃକ୍ଷ ଲଗାଯାଇଛି । 2023ରେ କେନ୍ଦ୍ରୀୟ ସଶସ୍ତ୍ର ବଳ ପକ୍ଷରୁ ଦେଢକୋଟି ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଯାହାର ଫଳସ୍ୱରୂପ ଏହି ଅଭିଯାନରେ ପାଖାପାଖି 5 କୋଟି ବୃକ୍ଷରୋପଣ କରାଯାଇଛି । ପରିବେଶ ସୁରକ୍ଷା ଦିଗରେ ସମଗ୍ର ଦେଶର ପ୍ରୟାସରେ ସିଆରପିଏଫର ଆଦର୍ଶ ଅବଦାନକୁ ଦର୍ଶାଇଥାଏ ।