ଭୁବନେଶ୍ଵର : ସକ୍ରିୟ ମୌସୁମୀ ଏବଂ ଲଘୁଚାପ କ୍ଷେତ୍ର ପ୍ରଭାବରେ ଗତ ୨୪ ଘଂଟାରେ ରାଜ୍ୟରେ ୫ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବାବେଳେ ୩୦ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।
ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ୫ ସ୍ଥାନ ହେଲା, କେନ୍ଦୁଝର ଜିଲ୍ଲାର ତେଲକୋଇରେ ୧୮୨.୬ ମି.ମି., କଟକ ଜିଲ୍ଲାର ବାଙ୍କୀରେ ୧୮୨ ମି.ମି., ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲାରେ ୧୩୯.୮ ମି.ମି., ପୁରୀ ଜିଲ୍ଲାର ପିପିଲିରେ ୧୨୨.୦ ମି.ମି., କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ୧୨୦.୬ ମି.ମି. ଏବଂ ବଲାଙ୍ଗିର ଜିଲ୍ଲାର ଦେଓଗାଁରେ ୧୦୭.୦ ମି.ମି. ।
ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୩୨.୧ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୧୨.୮ ମି.ମି. ତୁଳନାରେ ୧୫୧ ପ୍ରତିଶତ ଅଧିକ ରହିଛି । ଏହି ବର୍ଷା ଫଳରେ ଗତ ୨ ପ୍ରତିଶତ ନିଅଂଟିଆ ଭରଣ ହୋଇଛି । ସର୍ବାଧିକ ହାରାହାରି ବର୍ଷା କେନ୍ଦୁଝର ଜିଲ୍ଲାରେ ୫୬.୯ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।