ସିଲିଗୁଡି : ହାତୀ ଦାନ୍ତ ତସ୍କରୀ ଅଭିଯୋଗରେ ବିଏସଏଫ ଯବାନଙ୍କ ସହିତ 5ଜଣଙ୍କୁ ଗିରଫ କରାଯାଇଛି । ଗୁରୁବାର ରାତିରେ ଏସଏସବିର 41 ବାଟାଲିୟନ ଓ ଟୁକରିୟାଝାର ବନବିଭାଗ ମିଳିତ ଭାବେ ନକ୍ସଲବାଡି ବସଷ୍ଟାଣ୍ଡ ଅଞ୍ଚଳରେ ଚଢାଉ କରି 5ଜଣ ହାତୀ ଦାନ୍ତ ତସ୍କରୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ତପନ ଥାନା, ରିୱାସ ପ୍ରଧାନ, ପ୍ରଭୁ ମୁଣ୍ଡା, ଶ୍ରୀୟାନ ଖେରିୟା ଓ ଧର୍ମ ଦାସ ଲୋହାର । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ତପନ ଥାପା ଜଣେ ବିଏସଏଫ ଯବାନ । ସେହିପରି ରିୱାସ ପ୍ରଧାନ ସିକିମ ପୋଲିସର କନଷ୍ଟେବଳ ଅଛନ୍ତି । ନକ୍ସଳବାଡି ପୋଲିସ ଘଟଣାର ତଦନ୍ତ କରୁଛି ।