ଶ୍ରୀନଗର : ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ପକ୍ଷରୁ ଚଢାଉ କରାଯାଇଛି । ଆତଙ୍କବାଦ ସମ୍ପର୍କିତ ମାମଲା ନେଇ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ଜମ୍ମୁର ବଠିଣ୍ଡି, ସୋପିଆର ଚୋଟିପୋରା ଗାଁ ଓ କୁଲଗାମର ପରିଭାନ ଗାଁରେ ଚଢାଉ କରାଯାଇଛି । ଏହି ରେଡରେ ଜମ୍ମୁ କଶ୍ମୀର ପୋଲିସ ଓ ସିଆରପିଏଫ ଯବାନ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଛି । ତେବେ ଏନେଇ ଅଧିକାରୀମାନେ କୌଣସି ସୂଚନା ପ୍ରଦାନ କରିନାହାନ୍ତି ।