ବାରଣାସୀ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁାର ଶୁକ୍ରବାର ଦିନ ୱାଇ-20 ଶିଖର ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ସିଗ୍ରା ସ୍ଥିତ ରୁଦ୍ରାକ୍ଷ କନଭେନସନ ହଲ୍ ଠାରେ ଜି-20 ଅଧୀନରେ ଏହି ଯୁବା ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବିଦେଶୀ ଯୁବ ଅତିଥିମାନଙ୍କ ପାଇଁ ଏକ ଏହି କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ଧର୍ମନଗରୀ କାଶୀର ସଂସ୍କୃତି ଓ ଆଧାତ୍ମିକତା ସହ ଗଙ୍ଗା ଘାଟକୁ ପ୍ରଦର୍ଶିତ କରାଯାଇଥିଲା ।
ଚାରି ଦିବସୀୟ ଏହି ସମ୍ମିଳନୀରେ ବିଭିନ୍ନ ପର୍ଯ୍ୟାୟରେ ଜଳବାୟୁ ପରିବର୍ତ୍ତନ, କାର୍ଯ୍ୟର ଭବିଷ୍ୟତ: ଉଦ୍ୟୋଗ 4.0, ଅଭିନବତା ଓ ଏକବିଂଶ ଶତାବ୍ଦୀର ଦକ୍ଷତା, ଶାନ୍ତି ନିର୍ମାଣ ଏବଂ ପୁନଃସମନ୍ୱୟ: ଯୁଦ୍ଧ ରହିତ ଯୁଗର ଆରମ୍ଭ, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ବିପଦ ହ୍ରାସ: ସ୍ଥିରତାକୁ ଜୀବନର ଏକ ପଥ କରିବା ଏବଂ ଅଂଶୀଦାର ଭବିଷ୍ୟତ: ଗଣତନ୍ତ୍ର ଏବଂ ଶାସନରେ ଯୁବପୀଢି ଓ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଖେଳ ଆଦି ଯୁବକମାନଙ୍କ ପାଇଁ ଏଜେଣ୍ଡା ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି ।