ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା କାଶ୍ମୀରୀ ଆତଙ୍କବାଦୀ ୟାସିନ ମଲିକର ସ୍ତ୍ରୀ ମୁଶାଲ ହୁସେନ ମଲିକକୁ ପାକିସ୍ତାନର ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ସେ ତାଙ୍କ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ।
ଏହା ପୂର୍ବରୁ ତାଙ୍କର ପାକିସ୍ତାନର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଆଲୋଚନା ହେଉଥିଲା । ତେବେ ତାଙ୍କୁ ମନ୍ତ୍ରୀ କରାଯାଇ ନ ଥିଲା । ସେ ସବୁବେଳେ ଭାରତ ବିରୋଧୀ ପ୍ରପାଗଣ୍ଡା ପାଇଁ ଜଣାଶୁଣା ।