ନୂଆଦିଲ୍ଲୀ : ଯାଦବପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ର ସ୍ୱପ୍ନଦୀପ କୁଣ୍ଡୁଙ୍କୁ ରାଗିଂ ଅଭିଯୋଗ ଓ ମୃତ୍ୟୁ ମାମଲା । ମୃତ୍ୟୁର ସପ୍ତାହେ ପରେ ଗୁରୁବାର ଦିନ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ କମିଶନ (ଏନସିପିସିଆର) ପକ୍ଷରୁ ପଶ୍ଚିମବଙ୍ଗ ଡିଜିପି ଓ ଯାଦବପୁର ବିଶ୍ୱବିଦ୍ୟାଳୟ ରେଜିଷ୍ଟାରଙ୍କୁ ତଦନ୍ତ ନିର୍ଦ୍ଦେଶ ସହ ରିପୋର୍ଟ ତଲବ କରାଯାଇଛି ।
ଏନସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କା କାନୁନଗୋ ଯାଦବପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟାରଙ୍କୁ ମାମଲାର ଯାଞ୍ଚ କରି ଶିଶୁ ଅଧିକାର ଆୟୋଗଙ୍କୁ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ସ୍ୱପ୍ନଦୀପ କୁଣ୍ଡୁ ବଙ୍ଗାଳୀ ଅନର୍ସ ରଖି ସ୍ନାତକର ପ୍ରଥମ ବର୍ଷର ଛାତ୍ର ଥିଲେ । ବାଲକୋନୀରୁ ପଡିବା ଯୋଗୁ ପୀଡିତ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ପୁଅ ରାଗିଂର ଶିକାର ହୋଇଥିବା ପୀଡିତଙ୍କ ପରିବାର ଅଭିଯୋଗ ଆଣିଥିଲେ ।