ବଲାଙ୍ଗୀର, ୧୭ ଅଗଷ୍ଟ: – ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଜିଲ୍ଲା ଦାବିରେ ଟିଟିଲାଗଡ ବନ୍ଦ ପାଳନ ସଫଳତା ସହିତ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଦେଇଥିବା ଡାକରାକୁ ଦଳ ଗତ ନିର୍ବିଶେସ ରେ ଟିଟିଲାଗଡ ର ନାଗରିକ ୧୨ ଘଂଟିଆ ବନ୍ଦ ପାଳନ କରିଛନ୍ତି । ଏହି ବନ୍ଦ ପାଳନ ସକାଳ ୬ ଘଂଟାରୁ ସନ୍ଧ୍ୟା ୬ ଘଂଟା ପର୍ଯ୍ୟନ୍ତ ସ୍ଥାନୀୟ ଦୋକାନ, ବଜାର, ସରକାରୀ , ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ, ଯାନ ବାହାନ ଚଳା ଚଳ ଠପ ହୋଇଯାଇଛି । ୟେହୀ ବନ୍ଧ କୁ ସମସ୍ତ ଜନସାଧାରଣ ସ୍ୱତ ପ୍ରୋତ ଭାବେ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଦୀର୍ଘ ବର୍ଷ ଧରି ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ସରକାର ଅନେକ ଥର ପ୍ରତିଶ୍ରୁତି ଦେଇଥିବା ସତ୍ୱେ କୌଣସି ଆଖି ଦୃଷିଆ ପଦକ୍ଷେପ ହୋଇନଥିବାରୁ ଲୋକେ ସରକାର କୁ ନୀରବ ଦ୍ରଷ୍ଟା ସାଜିଥିବା ବିଭିନ୍ନ ମହଲ ରୁ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା କଥା ଜିଲ୍ଲା କ୍ରିୟାନୁଷ୍ଠାନ ପ୍ରକାଶ କରିଛନ୍ତି ପ୍ରକାଶ ଥାଓ ୟେହି ବନ୍ଧକୁ ସିନ୍ଧେକେଲା ସମର୍ଥନ କରି ଥିଲେ ଓ ସିନ୍ଧେକେଲା ବନ୍ଧ ଥିଲା କ୍ଷସମସ୍ତ ଦୋକାନ ବଜାର ବନ୍ଦ ଥିବବେଳେ ସକାଳୁ ବିଭିନ୍ନ ସ୍ଥାନରେ ଧାରଣା ଦେଇ ସରକାରୀ କାର୍ଯ୍ୟାଲୟ ବନ୍ଦ କରିଥିଲେ । ୧୯୯୨ ମସିହାରୁ ଜିଲ୍ଲା ଦାବି କଥା ଉଠିଥିବା ବେଳେ ବାରମ୍ବାର ଆନ୍ଦୋଳନ ହେଇ ଥିଲେ ମଧ୍ୟ ଏହା ଉପରେ ସରକାର ପଦକ୍ଷେପ ନେଇ ନଥିବା ରୁ ଆଜି ଆନ୍ଦୋଳନ କାରି ମାନେ ତୀବ୍ର ପ୍ରତକ୍ରିୟା ପ୍ରକାଶ କରିଛନ୍ତି । ଆଜିର ବନ୍ଦ ପାଳନ ବେଳେ ଟିଟିଲାଗଡରେ ପ୍ରବଳ ବର୍ଷା ହୋଇଥିବା ବେଳେ ସାଧାରଣ ସଭା ହୋଇ ପାରି ନଥିଲା । ବର୍ଷା ରେ ଭିଜି ଭିଜି ଆନ୍ଦୋଳନ କାରୀ ମାନେ ଗୋଟିଏ ମାନବ ଶୃଙ୍ଖଳ କରିଥିଲେ । ଆଜିର ଆନ୍ଦୋଳନ ଟିଟିଲାଗଡ ମୁନିଶିପାଲିଟୀ ମଧ୍ୟରେ ଥିଲେ ମଧ୍ୟ ଟିଟିଲାଗଡ ମୁରିବହଲ ବ୍ଲକ ଅଂଚଳରେ ବନ୍ଦ ପାଳନ ହୋଇଥିଲା । ସିନ୍ଧେକେଲା ବଙ୍ଗୋମୁଣ୍ଡା ରୁ ଅଲଗା କରି ଏକ ସ୍ୱତନ୍ତ୍ର ବ୍ଲକ ଘୋଷଣା ଦାବି ରେ ଜିଲ୍ଲା ଦାବି ବନ୍ଦକୁ ସମର୍ଥନ କରି ଆନ୍ଦୋଳନ କରିଥିଲେ । ଆଜିର ବନ୍ଦ ପାଳନ ସଫଳ କରିଥିବା ଯୋଗୁଁ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର କୋର କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସମସ୍ତ ଜନ ସାଧାରଣ ଓ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି । ସେ କହିଛନ୍ତି ଯେ ଆମର ଦାବି ପ୍ରତି ବିଚାର କରି ୩୧ ନମ୍ବର ଜିଲ୍ଲା ରୂପେ ଆମକୁ ଘୋଷଣା କରା ନକଲେ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଜନ କରିବା ଦିଗରେ କ୍ରିୟାନୁଷ୍ଠାନ କମିଟି କଠୋର ପଦକ୍ଷେପ ନେବାକୁ ସ୍ତିର କରିଛି । ଆଜିର ବନ୍ଦ ପାଳନ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିଲା ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଥିଲା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଜଣା ପଡ଼ିନାହିଁ ।