ଭୁବନେଶ୍ୱର : ୨୦୨୨ ଜେଇଇ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପରୀକ୍ଷାର୍ଥୀ ଅଂଶୁମାନ କାନୁନଗୋଙ୍କ ଜେଇଇ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ଆଡମିଶନ ଖାରଜ କରିଥିଲା । ଏହାପରେ ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଂଶୁମାନ । ହାଇକୋର୍ଟ ଏହାର ବିଚାର କରି ମାର୍କସିଟ୍ ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୪ ମାସ ମଧ୍ୟରେ ତଦନ୍ତ କରିି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।