ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଜିଲ୍ଲାରୁ ପୁଣି ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା ୨୪ରେ ପହଂଚିଛି । ବର୍ତମାନ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ କୁକୁଡ଼ାଖଣ୍ଡି ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ରଙ୍ଗେଇଲୁଣ୍ଡା ଓ ଆଉ ଜଣେ କବିସୂର୍ଯ୍ୟନଗର ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ଏ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ରହିଛି ।
ବର୍ତମାନ ସୁଦ୍ଧା ଜିଲ୍ଲାରେ ୧୬୦୮ ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇ ସାରିଛି । ତନ୍ମଧ୍ୟରେ ୨୪ ଜଣଙ୍କ ରକ୍ତ ନମୂନା ଡ଼େଙ୍ଗୁ ପଜିଟିଭ୍ ରହିଛି ।