ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି । ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ । ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ ।
ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ । ରାଜ୍ୟବାସୀଙ୍କୁ ୭.୦୬ କୋଟି ମାନବ ଦିବସର ନିଯୁକ୍ତି ପ୍ରଦାନ କରିବ।