ଡେରାଡୁନ : ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ତବ । ସବୁ ବର୍ଷ ପରି ଚଳିତ ବର୍ଷ ବି ପ୍ରକୃତିର କୋପ ଦେଖିବାକୁ ମିଳିଛି । ରାଜ୍ୟରେ ଅତି ପ୍ରବଳ ବର୍ଷା ଯୋଗୁ ଏବେ ସୁଦ୍ଧା ୭୪ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ୪୩ଜଣ ଆହତ ହୋଇଛନ୍ତି । ତିନୋଟି ଜିଲ୍ଲାରୁ ପ୍ରାୟ ୧୯ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ସେହିପରି ମଦମହେଶ୍ୱର ଘାଟିରେ ଫସିରହିଥିବା ୨୯୩ ତୀର୍ଥ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅତି ପ୍ରବଳ ବର୍ଷା ପାଇଁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟକୁ ଆଲର୍ଟ କରାଯାଇଛି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅନୁସାରେ ୧୫ ଜୁନରୁ ଏବେ ସୁଦ୍ଧା ଅତିପ୍ରବଳ ବର୍ଷା କାରଣରୁ ୭୪ଜଣଙ୍କର ମୃତ୍ୟୁ ହୋଇଛି । ରୁଦ୍ରପ୍ରୟାଗରୁ ୧୯ଜଣ, ଚମେଲି, ପୌଡି, ଉତ୍ତରକାଶୀ ଜିଲ୍ଲାରୁ ଆଠ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଧମସିଂହ ନଗରରୁ ୭ଜଣ, ଡେରାଡୁନରୁ 6ଜଣ, ହରିଦ୍ୱାର ଓ ଟିହରି ଜିଲ୍ଲାରୁ ୫-୫ ଜଣ, ନୈନିତାଲ ଓ ପିଥୌରାଗଡରୁ ୩-୩ ଜଣ, ବାଗେଶ୍ୱର ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚମ୍ପାବତ, ଅଲ୍ମୋଡା ଜିଲ୍ଲାରେ ଶୂନ୍ୟ ଜୀବନହାନୀ ଘଟିଛି ।