ଲଣ୍ଡନ : ଆଣ୍ଠୁରେ ଆଘାତ କାରଣରୁ ୱାନ୍ ଡେ କପରୁ ଓହରିଲେ ପୃଥ୍ୱୀ ସ’ । ଭାରତୀୟ କ୍ରିକେଟ୍ ଟିମର ବ୍ୟାଟ୍ସମ୍ୟାନ ପୃଥ୍ୱୀ ସ’ଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଏହି କାରଣରୁ କାଉଣ୍ଟି କ୍ରିକେଟ କ୍ଲବ ନର୍ଥାମ୍ପଟନସାୟାର ପକ୍ଷରୁ ଚାଲିଥିବା ପ୍ରତିଯୋଗିତାର ଅଧାରୁ ଓହରିଯାଇଛନ୍ତି ସ’ ।
ନର୍ଥମ୍ପଟନସାୟରର ମୁଖ୍ୟ କୋଚ ଜନ୍ ସେଡଲର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,ସ’ ଖେଳିଥିବା ଅଳ୍ପ ମ୍ୟାଚରେ ମଧ୍ୟ ଏକ କ୍ଲବ ରୂପେ ଆମ ଉପରେ ପ୍ରଭାବ ବହୁତ ପ୍ରଭାବ ପକାଇପାରିଛନ୍ତି । ତେବେ ଏହା ଦୁର୍ଭାଗ୍ୟର ବିଷୟ ଯେ, ଆଘାତ ପ୍ରାପ୍ତ କାରଣରୁ କପର ଶେଷ ଭାଗରେ ସେ ଆଉ ଆମ ସହ ଖେଳିବେ ନାହିଁ । ସ’ ଜଣେ ଅତ୍ୟନ୍ତ ବିନମ୍ର ଓ ସମ୍ମାନଜନକ ଯୁବକ ଅଟନ୍ତି । ନର୍ଥମ୍ପଟନଶାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଁ କୃତଜ୍ଞ ବୋଲି ମୁଖ୍ୟ କୋଚ କହିଛନ୍ତି ।
କୋଚ ଆହୁରି କହିଛନ୍ତି ଯେ, ମୈଦାନ ସହ ଡ୍ରେସିଂ ରୁମରେ ମଧ୍ୟ ସେ ପ୍ରଭାବ ପକାଇପାରୁଥିଲେ । ତାଙ୍କର ଆରୋଗ୍ୟ ହେବାର କାମନା କରିବା ସହ ଖୁବ ଶୀଘ୍ର ମୈଦାନକୁ ଫେରିବା ନେଇ ଆଶାବ୍ୟକ୍ତ କରିଛନ୍ତି ।
ଏହି ପ୍ରତିଯୋଗିତାରେ ପୃଥ୍ୱୀ ସମରସେଟ ବିପକ୍ଷରେ ଗତ 9 ତାରିଖରେ 153 ବଲରେ 244 ରନ୍ର ପାଳି ଖେଳିଥିଲେ । ଡରହାମ ବିପକ୍ଷରେ ଚମତ୍କାର ଶତକ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ, ୱେଷ୍ଟଇଣ୍ଡିଜ ଓ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ୍ ନିମନ୍ତେ ସକ୍ଷଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା । 2021ରେ ଭାରତୀୟ କ୍ରିକେଟ ଟିମର ଶ୍ରୀଲଙ୍କା ଗସ୍ତ ସମୟରେ ସେ ଭାରତ ପାଇଁ ଶେଷଥର ଖେଳିଥିଲେ ।