କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଜିଲ୍ଲା ସ୍ତରିୟ ୭୭ତମ ସ୍ଵାଧିନତା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅମୃତ ଋତୁରାଜ ଯୋଗଦେଇ ପତାକା ଉତୋଳନ କରିବା, ଉଦବୋଧନ ଦେବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ମିଳିତ ପ୍ୟାରେଡରେ ମୋଟ୍ ୨୮ଟି ଟ୍ରୁପ୍ ଅଂଶଗ୍ରହଣ କରିଥିଲେ । ଏଥି ମଧ୍ୟରେ ପୋଲିସର ୩ଟି ଟ୍ରୁପ୍, ସିନିଅର୍ ସିଭିଲିଆନ ୧୮ ଏବଂ ଜୁନିଅର୍ ସିଭିଲିଆନ୍ ୪ଟି ଟ୍ରୁପ୍ ଏବଂ ଏନସିସିର ୩ଟି ଟ୍ରୁପ୍ ରହିଥିଲା ।
ଏହି ଅବସରରେ ଜିଲ୍ଲାର ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କ୍ରୀଡ଼ାରେ କୃତିତ୍ଵ ଅର୍ଜ୍ଜନ କରିଥିବା ଦୁଇ ଜଣ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଉପକାରଗାରରେ କଏଦୀ ମାନଙ୍କୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଥିଲା ।