ପୁରୀ : ଆମ୍ ଆଦମୀ ପାର୍ଟି ୟୁଥ୍ ୱିଙ୍ଗ ତରଫରୁ ଯୁବ ନେତା ତଥା ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀଙ୍କ ତେତୃତ୍ଵରେ ଟାଉନ ହଲ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯନ୍ତ ଏକ ବିରୋଧ ପଦଯାତ୍ରା ବାହାରିଥିଲା। ଶତାଧିକ କର୍ମୀଙ୍କ ସହ ଶ୍ରୀ ଶତପଥୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପୁରୀର ଅଧିକାଂଶ ରାସ୍ତା କାମ ଏବେ ପେଭର୍ ବ୍ଲକ୍ ଇଟା ଦ୍ଵାରା ନିର୍ମାଣ ହେଉଅଛି । ପେଭର୍ ବ୍ଲକ୍ ଇଟା ସାଧାରଣତଃ ବର୍ଷା ଜଳ ଦ୍ଵାରା ନଷ୍ଟ ନହେବା ଏବଂ ଭୂତଳ ଜଳ ବଢିବା ପାଇଁ ଏକ ପ୍ରୟାସ ଅଟେ। ପୁରୀର ଅଧିକାଂଶ ରାସ୍ତା ବର୍ତ୍ତମାନ ପୂର୍ବ ସିମେଣ୍ଟ ରାସ୍ତା ନଖୋଳି ତାରି ଉପରେ ନିର୍ମାଣ ହେଉଅଛି। ଯାହା ସଂପୂଣ୍ଣ ବେଆଇନ ଅଟେ। ଆମ୍ ଆଦ୍ମୀ ପାର୍ଟି ଏଭଳି ବେଆଇନ ନିର୍ମାଣକୁ ବିରୋଧ କରିବା ସହ ଜିଲ୍ଲାପାଳ ଏହା ପ୍ରତି ଧ୍ୟାନ ଦେଇ ସଠିକ୍ କାମ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗରୁ ଦାବିପତ୍ର ଦେଇଥିଲେ। ଜିଲ୍ଲାପାଳ କୌଣସି ପଦକ୍ଷେପ ନେଉନାହାନ୍ତି। ରାସ୍ତାର ଅନିମିୟତତା ଏବଂ ନିମ୍ନ ମାନର ନିର୍ମାଣ ପାଇଁ ରାସ୍ତା ଏତେ ଜଲ୍ଦୀ ଖରାପ ହୋଇଗଲା। ଏହି ଆନ୍ଦୋଳନକୁ ଭଙ୍ଗ କରିବା ପାଇଁ ପୁରୀ ପୋଲିସ ବହୁ ଚେଷ୍ଟା ପ୍ରଚେଷ୍ଟା କରିବା ପରେ ମଧ୍ୟ ଆନ୍ଦୋଳନକାରୀ ମାନେ ଆନ୍ଦୋଳନ ଜାରି ରଖିଥିଲେ। ଆମ୍ ଆଦ୍ମୀ ପାର୍ଟି ୟୁଥ୍ ୱିଂ ର ନେତା ଏବଂ କର୍ମୀ ମାନେ ବହୁ ସମୟ ଖରା ତାତିରେ ମଝି ରାସ୍ତାରେ ବସି ରହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଆସି ଏହି ଆନ୍ଦୋଳନରେ ଶ୍ରୀ ଶତପଥୀ ଏବଂ ଆପ ର ନେତା କର୍ମୀ ମାନଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲେ।
Related Stories
December 7, 2024