ଭୁବନେଶ୍ୱର : ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ରାଜ୍ୟ ସରକାର କାହିଁକି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛନ୍ତି? ୫ବର୍ଷ ପାଇଁ ଜନାଦେଶ ମିଳିଛି, ୫ବର୍ଷ କାମ କରନ୍ତୁ । ସେହିପରି ବିଜେଡି-ବିଜେପି ମେଂଟ ପ୍ରସଙ୍ଗରେ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେଡି-ବିଜେପି ମେଂଟର ପ୍ରଶ୍ନ ନାହିଁ । ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ଯେବେ ବି ନିର୍ବାଚନ ହେବ, ସେଥିଲାଗି ବିଜେପି ପ୍ରସ୍ତୁତ ଅଛି ।
ଅପରାଜିତାଙ୍କ ମନ୍ତବ୍ୟ ଉପରେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହିନାହାନ୍ତି । ଅପରାଜିତା କେଉଁଠୁ ଏକଥା ଜାଣିଲେ ସେ ଜାଣିଥିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ କିଛି ନୂଆ କଥା ନାହିଁ । ସାମ୍ବିଧାନିକ ବ୍ୟବସ୍ଥାରେ ସରକାର ଚାହିଁଲେ ୫ବର୍ଷ ପୂର୍ବରୁ ସରକାର ଭାଙ୍ଗିପାରିବେ ।