ଜୋଶୀମଠ : ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ଜୋଶିମାଥ ଏବଂ ଏହାର ଆଖପାଖ ଅଞ୍ଚଳରେ ମୂଷଳଧାରାରେ ବର୍ଷା ଲାଗିରହିଛି । ସେହିପରି ଗରୁଡ ଗଙ୍ଗାରେ ମଧ୍ୟ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ଯୋଗୁ ନଦୀ କୂଳରେ ଥିବା ଗରୁଡ ଗଙ୍ଗା ଲଜର ଦୁଇଟି ଘର ଧୋଇଯାଇଛି । ପିପଲକୋଟିରୁ ମାୟାପୁର ପର୍ଯ୍ୟନ୍ତ ଅଞ୍ଚଳରେ ତାଣ୍ଡବ ରଚିଛି ବର୍ଷା ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ଯୋଗୁ ସେଠାରେ 3ଜଣଙ୍କ ଘର ଭାସିଯାଇଛି । ପାଖି ଗ୍ରାମ ପଞ୍ଚାୟତର ଉପର ଅଞ୍ଚଳରେ ମାଟି ଧସିବା ଯୋଗୁ ପୂରା ଅଞ୍ଚଳ ଏବେ ଜଳମଗ୍ନ । ସ୍ଥାନୀୟ ଅଞ୍ଚଳରେ ବିପଦ ବଢିଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସେହିପରି ଗରୁଡ ଗଙ୍ଗା ନଦୀ କୂଳରେ ଥିବା ଦୁଇଟି ଘର, ଗରୁଡ ଗଙ୍ଗା ମନ୍ଦିର ଓ ସେତୁ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି ।
ଭୂସ୍ଖଳନ ଯୋଗୁ ପିପଲକୋଟିରେ ଅନେକ ଗାଡିମୋଟର ମାଟି ତଳେ ପୋତିହୋଇଯାଇଛି । ଜଣେ ବ୍ୟକ୍ତି ମଧ୍ୟ ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି ।