ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ପରିବାର ଓ ଦୁରୁଆ ସମ୍ପ୍ରଦାୟ ପକ୍ଷରୁ ଆଶାକର୍ମୀ ରେଖା ମଣ୍ଡଳଙ୍କ ନାଁରେ ମାଥିଲି ଥାନାରେ ଅଭିଯୋଗ ହୋଇଛି। ଆଶାକର୍ମୀ ରେଖା ମଣ୍ଡଳଙ୍କ ନାଁରେ ଅଭିଯୋଗ କରି ମାଥିଲି ଥାନାର ଦ୍ଵାରସ୍ଥ ହୋଇଛନ୍ତି ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ମାଆ ଚମ୍ପା ଦୁରୁଆ।