ଖୋର୍ଦ୍ଧା : ସ୍ଵାଧୀନତାର ଅମୃତ ମହୋତ୍ସବ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ“ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ପାଇଁ ଗ୍ରାମାଚଂଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ତେବେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଡାକଘରୁ ପ୍ରତ୍ଯକଟି ବ୍ୟକ୍ତି ବିଶେଷ ଜାତୀୟ ପତାକା କିଣି ନିଜ ନିଜର ଘର ଛାତ ଉପରେ ଲଗାଇବା ପାଇଁ ଭାରତ ସରକାର ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ରବିବାର ସ୍ଥାନୀୟ ବାଜପୁର ଡାକଘର ଠାରେ ସ୍ଥାନୀୟ ସମାଜସେବୀ ତଥା ବିଜେପି ନେତା ଶ୍ରୀରଂଜନ ମଙ୍ଗରାଜଙ୍କ ନେତୃତ୍ବରେ ସ୍ଥାନୀୟ ଅଂଚଳର ଯୁବକସାଥୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ପୋଷ୍ଟମାଷ୍ଟର ପ୍ରକାଶ ଚନ୍ଦ୍ର ବେହେରାଙ୍କ ଠାରୁ ତ୍ରିରଙ୍ଗା ପତାକା କିଣି ଥିଲେ । ଏଥିସହ ସମସ୍ତଙ୍କ ଘରେ ପତାକା ଲଗାଇବା ପାଇଁ ନିଷ୍ପତି ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଦେବାଶିଷ ମିଶ୍ର, ସିତେଶ ରାୟ, ଭାସ୍କର ପ୍ରଧାନ, ପ୍ରଦୀପ୍ତ ପାତ୍ର, ରଂଜିତ ସାମନ୍ତରାୟ, ପଂଚାନନ ଦାସ, ଦିଲ୍ଲୀପ କୁମାର ରାୟ, ପ୍ରମୋଦ ରଣା, ନିରଞ୍ଜନ ବଳବନ୍ତରାୟ, ବିଶ୍ଳେଶ୍ଵର ପରିଡା, ଅଜୟ ବେହେରା, ବାଲୁଙ୍କେଶ୍ଵର ବିଶୋୟୀ, ଲିଙ୍ଗରାଜ ବାରିକ, ପର୍ଶୁରାମ ସାହୁ, ଲିଙ୍ଗରାଜ ସାହୁ, ପୃଥୁରାଜ ପଶ୍ଚିମକବାଟ ଏବଂ ଡାକ ବିଭାଗର କର୍ମଚାରୀ ଅଶୋକ କୁମାର ଷଡଙ୍ଗୀ, ନୃସିଂହନାଥ ଦାଶ, ମଧୁସୂଦନ ପୃଷ୍ଟି, କୈଳାସ ଚନ୍ଦ୍ର ମିଶ୍ର, ସୌମ୍ୟରଞ୍ଜନ ରଥ ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଗ୍ରହଣ କରିଥିଲେ ।