ଭୁବନେଶ୍ଵର : ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵର ଜିଲ୍ଲାର ବାଲେଶ୍ଵରରେ ସର୍ବାଧିକ ୭୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୬୬.୪ ମି.ମି., ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ୫୮.୦ ମି.ମି., ପୁରୀ ଜିଲ୍ଲାର ଗୋପରେ ୪୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୪୧.୦ ମି.ମି., ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୪୦.୨ ମି.ମି., ବାଲେଶ୍ଵର ଜିଲ୍ଲାର ଜଇପୁରରେ ୩୬.୬ ମି.ମି., ସୋନପୁର ଜିଲ୍ଲାର ସୋନପୁରରେ ୩୦.୦ ମି.ମି., ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୨୯.୦ ମି.ମି., ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ୨୮.୪ ମି.ମି., ବାଲେଶ୍ଵର ଜିଲ୍ଲାର ଏନ.ଏଚ-୫, ଗୋବିନ୍ଦପୁର ଠାରେ ୨୮.୨ ମି.ମି., ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ୨୮.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ୨୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।