ଖୋର୍ଦ୍ଧା : ମାତ୍ର ୪ ବର୍ଷ ୨ ମାସ ବୟସରେ ଗୁରୁଜଙ୍ଗର ଆୟାଂଶ ସାହୁ ସବୁଠୁ କମ୍ ସମୟ ୩ ମିନିଟ ୩୫ ସେକେଣ୍ଡରେ ୧ ରୁ ୧୦୦ ପର୍ଯ୍ୟନ୍ତ ଓ ୩ ମିନିଟ୍ ୩୧ ସେକେଣ୍ଡରେ ୧୦୦ରୁ ୧ ଏବଂ,୧୬ ସେକେଣ୍ଡରେ ଏ ରୁ ଜେଡ ଲ୍ୟାପଟପ୍ ମାଧ୍ୟମରେ ଲେଖି ପାରିଛନ୍ତି।ସେହିପରି ମାତ୍ର ୩ ମିନିଟ ମଧ୍ୟରେ ୧୮ଟି କବିତା ଓ ମାତ୍ର ୧୩ ସେକେଣ୍ଡରେ ୧୨ ଗୋଟି ଜାତୀୟ ନାମକରଣ ପ୍ରଶ୍ନର ଉତ୍ତର କହି ପାରିଛନ୍ତି। ଯାହାକି ସାରା ଭାରତ ବର୍ଷରେ ଏକ ରେକର୍ଡ଼ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ନିଜ ନାମକୁ ଗୌରବପୂର୍ଣ୍ଣ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ୨୦୨୩ରେ ସ୍ଥାପିତ କରି ସମଗ୍ର ଗୁରୁଜଙ୍ଗ ତଥା ଖୋର୍ଦ୍ଧା ପାଇଁ ଗର୍ବ ଆଣି ଦେଇଛନ୍ତି ଆୟାଂଶ। ଅଜୟ ସାହୁ ଏବଂ ରୋଜାଲିନ ସାହୁଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଆୟାଂଶ।