ଗଞ୍ଜାମ : ସଚେତନତା ସତ୍ବେ ଦିନକୁ ଦିନ ସାଇବର ଅପରାଧ ଚିନ୍ତା ବଢାଇବାରେ ଲାଗିଛି । ଏହାଦ୍ଵାରା ବହୁ ନିରୀହ ଓ ସାଧାରଣ ଲୋକ ଠକାମିର ଶିକାର ହୋଇ ନିଜର ସର୍ବସ୍ଵ ହରାଉଛନ୍ତି । ବ୍ୟାଙ୍କିଂ କ୍ଷେତ୍ରରେ ଡିଜିଟାଲ ଜ୍ଞାନ କୌଶଳର ପ୍ରୟୋଗ ବେଳେ ସାମାନ୍ୟ ଅସାବଧାନ ହେଲେ ଆକାଉଂଟରୁ ଟଙ୍କା ଖାଲି ହୋଇଯାଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅଂଚଳରେ । ବ୍ୟାଙ୍କ ଆକାଉଂଟ ସହ ଲିଙ୍କ୍ ଥିବା ମୋବାଇଲ ନମ୍ବର ଦୀର୍ଘ ଦିନ ଧରି ବ୍ୟବହାର ନକରିବା ଏବଂ ଏହି ନମ୍ବରକୁ ଆଉ ଜଣେ ପାଇ ଚଂଚକତା କରି ଆକାଉଂଟରୁ ଟଙ୍କା ଲୁଟି ନେବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସ ଏ ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ କରି ଖୋର୍ଦ୍ଧା ଜିଲ୍ଲା ଲକ୍ଷ୍ମୀସାଗର ଥାନା ହଳଦିପଡ଼ିଆ ଅଂଚଳର ଚନ୍ଦନ କୁମାର ଦାଶ (୩୧)କୁ ଭୁବନେଶ୍ଵରରୁ ଗିରଫ କରିଛି । ତା ନିକଟରୁ ଜବତ ହୋଇଥିବା ୮୨ ହଜାର ଟଙ୍କାକୁ ଅଭିଯୋଗକାରୀ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ୟୁ. ପ୍ରଦୀପ କୁମାର ପାତ୍ରଙ୍କୁ ଫେରସ୍ତ କରାଯାଇଛି । ଏନେଇ ଭଞ୍ଜନଗର ଥାନା ଅଧିକାରୀ ଧିରେଶ କୁମାର ଦାଶ ସୂଚନା ଦେଇଛନ୍ତି ।
Related Stories
October 22, 2024
October 10, 2024