ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ ପୋଲିସ କମିଶନର
ଭୁବନେଶ୍ୱର, ୧୨ ଜାନୁଆରୀ – ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପକୁ ନେଇ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ ଯାଉଛି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ୮୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କଳିଙ୍ଗ ଷ୍ଟାଡିୟମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ଜଣା ପଡିଛି ।
ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ୧୩ ଏଡିସିପି, ୩୩ ଏସିପି, ୬୨ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ୩୩୬ ଏସ୍ଆଇ/ଏଏସ୍ଆଇ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ ବୋଲି ଜଣା ପଡିଛି ।