କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଦିନକୁ ଦିନ କୁମ୍ଭୀର ଆତଙ୍କ ବଢିଚାଲିଥିବାବେଳେ ଗତ କିଛିଦିନ ତଳେ ଏକ ବାଉଳା କୁମ୍ଭୀର ରାତ୍ରି ସମୟରେ ରାଜନଗର ପେଣ୍ଠ ରାସ୍ତାରେ ବୁଲୁଥିବାର ଭିଡ଼ିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଆଜି ସଖାଳେ ଏକ ଚିଙ୍ଗୁଡ଼ି ଘେରିରେ କୁମ୍ଭୀରଟି ପଶିଥିବାର ଲୋକେ ଦେଖିଥିଲେ ଏହା ପରେ ପେଣ୍ଠ ଗାଁ ଲୋକେ ଜାଲ ବସାଇ କୁମ୍ଭୀରଟିକୁ ଧରି ଏକ ଗଛରେ ବାନ୍ଧି ରଖି ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ବାଉଁଶଗଡ଼ ନଦୀରେ ଛାଡିଛନ୍ତି ।