ସମ୍ବଲପୁର : ସମ୍ବଲପୁର କଚେରୀ ଛକରେ ୭୭ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ ମୂଖ୍ୟ ଅତିଥି ଭାବେ ଏହି ଜିଲ୍ଲା ସ୍ତରୀୟ ସ୍ଵାଧିନତା ଦିବସରେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।
ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏହି ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ପ୍ୟାରେଡରେ ଭଲ ପ୍ରଦର୍ଶନ କରିଥିବା ଓ ଭଲ କାମ କରିଥିବା ବିଭିନ୍ନ ସଂଗଠନକୁ ସମ୍ମାନିତ କରାଯାଇଥିଲା ।