ଭଦ୍ରକ – ଏହି ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅମୀୟ ମହାପାତ୍ର ବିଜୟୀ ହେଲେ ଆଦାନୀ ଧାମରା ପୋର୍ଟରେ ନିଜର ଯୋଗ୍ୟତା ଅନୁଯୟୀ ପ୍ରତି ପଂଚାୟତରୁ ୧୦୦ ଜଣଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ସହିତ କଇଥଖୋଲା ପଂଚାୟତର ପ୍ରସ୍ତାବିତ ଶିଳ୍ପ ପାର୍କରେ ଗୋଟିଏ ବି ପଦବୀ ସୃଷ୍ଟି ହେଲେ ତାହା କଇଥଖୋଲା ପଂଚାୟତର ସରପଂଚଙ୍କ ତତ୍ୱାବଧାନରେ ହେବ ବୋଲି କଂଗ୍ରେସ ପକ୍ଷରୁ କଇଥଖୋଲା ଠାରେ ଏକ ମହା ମିଶ୍ରଣ ପର୍ବ ଓ କର୍ମୀ ସମ୍ମୀଳନୀରେ ନିର୍ବାଚନୀ ଇସ୍ତାହାର ଦିଆଯାଇଛି । ଆଜିର ଏହି ମହାମିଶ୍ରଣ ପର୍ବରେ ଶାସକ ବିଜେଡି ଦଳର ବହୁ ପୁରୁଖା ନେତା ଓ କର୍ମୀ ଦଳ ପରିତ୍ୟାଗ କରି ସୋତପ୍ରବୃତ ଭାବରେ କଂଗ୍ରେସରେ ସାମିଲ ହେବା ପରେ କଇଥଖୋଲା ପଂଚାୟତର ଶାସକ ବିଜେଡି ଦଳ ଏକ ପ୍ରକାର ତାର ଅସ୍ତିତ୍ୱ ହରାଇବାକୁ ବସିଛି । ତେବେ ଗତକାଲି ଚାନ୍ଦବାଲି ବ୍ଲକର ପୁର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବିଜେଡି ଦଳର ଜଣେ ଆଗ ଧାଡିର ନାରୀ ନେତ୍ରୀଙ୍କର ଭିଡିଓ ଭାଇରାଲ ହେବା ପରେ ଦଳ ପ୍ରତି ଓ ବିଧାୟକ ପ୍ରର୍ଥୀଙ୍କ ପ୍ରତି ବିତୁଷ୍ଣା ହୋଇ କର୍ମୀ ମାନେ ଦଳ ଛାଡୁଥିବା କଥା କହୁଥିବା ବେଳେ ନାରୀଙ୍କୁ ସମ୍ମାନର ନାରା ଆଜି ସ୍ୱପ୍ନରେ ରହିଯାଇଛି ହୋଲି ସବୁଠି ଚର୍ଚ୍ଚା ଧରିଛି । ଆଜିର ଏହି ବିଶାଳ କର୍ମୀସମ୍ମୀଳନୀ ଓ ମିଶ୍ରଢ଼ ପର୍ବରେ ସଭାପତି ଭାବରେ ସୁଧିର ସାମନ୍ତ ରେ୍ାଗ ଦେଇଥିବା ବେଳେ ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ବିଧାୟକ ପ୍ରାର୍ଥୀ ଅମିୟ କୁମାର ମହାପାତ୍ର, ପୁର୍ବତନ ସରପଂଚ ସୁଧିର ସାମନ୍ତ, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, ଉମେଶ ମହାକୁଡ, ସେକ ମାଲିକ ଉଦ୍ଧିନ୍ ବିବେକାନନ୍ଦ ଦାସ, ତାରପଦ ସିଂ, ସରୋଜ ଲେଙ୍କା ,ସରୋଜ ସାମନ୍ତ, ସେକ ବାରା ଅଲ୍ଲୀ, କଇଥଖୋଲା ସରପଂଚଙ୍କ ପ୍ରତିନିଧି ବୈରିଗଞ୍ଜନ ସାମଲ, ସମିତି ସଭ୍ୟଙ୍କ ପ୍ରତିନିଧୀ ବିଶ୍ୱଜିତ୍ ମହାପାତ୍ର, ବରୁଣ ଦାସ, ରତିକାନ୍ତ ପାତ୍ର, ବାଚୁ ବାରିକ, ଅଭୟ ମାଇତି ସହିତ କଇଥଖୋଲା ଓ ଆଖପାଖ ଅଂଚଳରୁ ହଜାର ହଜାର କର୍ମୀ ସହିତ ଅମୀୟ ମହାପାତ୍ରଙ୍କୁ ଭଲ ପାଉଥିବା ଲୋକମାନେ ଏକତ୍ରୀତ ହୋଇଥିଲେ । ତେବେ ସବୁଠୁ ଆକର୍ଷଣୀୟ ଥିଲା କଇଥଖୋଲା ପଂଚାୟତର ବିଜେଡିର ଜଣେ ଟାଣୁଆ ନେତା ଓ ବରିଷ୍ଠ ନେତୃତ୍ୱ ସେକ ମାଲିକ ଉଦ୍ଧିନଙ୍କ ସହଯୋଗରେ ୭୦ ପରିବାର କଂଗ୍ରେସରେ ସାମିଲ ହେବା ଘଟଣା । ଧିରେ ଧିରେ ଧାମରା ଜୋନ ଓ ଚାନ୍ଦବାଲି ବ୍ଲକର କଂଗ୍ରେସର ଦବଦବା ବଢୁଥିବା ବେଳେ ପ୍ରତିଦିନ ଦଳ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ପଂଚାୟତରେ ମିଶ୍ରଢ଼ ପର୍ବ ଅନୁଷ୍ଠିତ ହେଉଛି ଯ।।ହା ବିଜେଡି ଓ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ମଧ୍ୟ ପାଲଟିଛି । ଚାନ୍ଦବାଲି ନିର୍ବାଚନ ମଣ୍ଢଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କ ପ୍ରତି ଦିନକୁ ଦିନ ଆନୁଗତ୍ୟଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆଗାମୀ ନିର୍ବାଚନ ରଣାଙ୍ଗନାରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଜାତୀୟ କଂଗ୍ରେସ ଦଳକୁ ବହୁମତ ମିଳିବ ବୋଲି ଦଳୀୟ କର୍ମୀମାନେ ଆଶାବ୍ୟକ୍ତ କରିଛନ୍ତି ।