ଜୌନପୁର, 26 ଫେବୃଆରୀ : ଉତ୍ତର ପ୍ରଦେଶର ଜୌନପୁର ଜନପଦରେ ରୋଡୱେଜ ବସ୍ ଓ ଟ୍ରାକ୍ଟର-ଟ୍ରଲି ମଧ୍ୟରେ ଧକ୍କା ଯୋଗୁ 6ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 2ଜଣ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ସିକରାରା ଥାନା ଅଂଚଳର ସମାଧଗଂଜ ଅଂଚଳରେ ହୋଇଛି ।

ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ 11.15 ପ୍ରାୟ ସିକରାର ଅନ୍ତର୍ଗତ ସମାଧଗଂଜ ବଜାର ନିକଟ ଜୌନପୂର-ପ୍ରୟାଗରାଜ ହାଇୱେରେ ଘରର ଛାତ ଢଳେଇ କରିବାକୁ ଶ୍ରମିକମାନେ ଟ୍ରାକ୍ଟର ଟ୍ରଲିରେ ବସି ଯାଉଥିଲେ । ଏହି ଅବସରରେ ପ୍ରୟାଗରାଜ ପଟୁ ଆସୁଥିବା ରୋଡୱେଜ ବସ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇ ଅସନ୍ତୁଳିତ ହୋଇ ଓଲଟିପଡିଥିଲା । ଦୁର୍ଘଟଣାରେ ଟ୍ରଲି ଯାଉଥିବା 6ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ 2ଜଣ ଲୋକଙ୍କ ଆହତ ହୋଇଛନ୍ତି । ଆହତଙ୍କୁ ସିଏଚସି ମଛଲିସହର ପଠାଇ ଦିଆଯାଇଛି ।