
5 revenue villages do not have Anganwadi Centre in Malkangiri
ମାଲକାନଗିରି(DAILY Odisha): ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରାଜ୍ୟ ସରକାର ମୌଳିକ ସୁବିଧା ପହଞ୍ଚେଇବା ପାଇଁ ରାଜଧାନୀରେ ବସି ଶୀତ ତାପ ନିୟନ୍ତ୍ରଣ ଘରେ ବସି ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି।ଏମିତି କି ରାଜ୍ୟ ସରକାରଙ୍କ ଗୋଟିଏ ନାରା ଏନ୍ତୁଡ଼ି ଶାଳରୁ ମଶାଣି ଭୂଇଁ ପର୍ଯ୍ୟନ୍ତ ଯୋଜନା ଅଛି।କିନ୍ତୁ ସେହି ଯୋଜନା ଗୁଡିକ କିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଆଦିବାସୀଙ୍କ ପାଖରେ ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ତୃଣମୂଳ ସ୍ଥରରେ ପହଞ୍ଚେଇବା ତ ଦୂରର କଥା।ଏପରି କି ଆଦିବାସୀ କୋମଳମତି ଶିଶୁ ମାନଙ୍କ ନିକଟରେ ପ୍ରାକ ଶିକ୍ଷା ବି ପହଞ୍ଚେଇ ପାରୁ ନାହାଁନ୍ତି ଅଧିକାରୀ ମାନେ।ଏମିତିକି ରାଜସ୍ବ ଗାଁ ଗୁଡିକ ଅଛି ସ୍ୱାଧୀନତା ର ସାତ ଦସନ୍ଦି ବିତି ଯାଇଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ ହୋଇ ପାରିଲା ନାହିଁ କି କୋମଳମତି ଶିଶୁ ଓ ଗର୍ଭବତୀ ମା ମାନଙ୍କ ପାଖରେ ପହଞ୍ଚେଇ ପାରିଲେ ନାହିଁ ପୁଷ୍ଟିକର ଖାଦ୍ୟ । ତେବେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ କାହା ପାଇଁ ଯଦି ଗରିବ ନିରୀହ ଆଦିବାସୀଙ୍କ ପାଇଁ ସରକାରଙ୍କ ଯୋଜନା ଗୁଡିକ ଯେପରି ସାତ ସପନ।
ଏପରି ପ୍ରାକ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗାମ ଗ୍ରାମ ପଞ୍ଚାୟତର ରାଜସ୍ୱ ଗ୍ରାମ ସାନ ନାୟକଗୁଡା , କାଳିଆ ପୂଜାରୀଗୁଡା , କଙ୍କଡାଗୁଡା ,ପାଙ୍ଗାମ ଏକ୍ସ ଡିଏନକେ ଓ ଘେନା ଗୁଡା ସମସ୍ତ ଗ୍ରାମ ଗୋଟିଏ ପଞ୍ଚାୟତର ୫ଟି ଗାଁ ସରକାରୀ ଖାତା ଖତିଆନରେ ରାଜସ୍ବ ଗ୍ରାମ । ଏହି ସବୁ ଗାଁ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗାଁର ମହିଳା ଓ ପୁରୁଷ ମାନେ।ଗାଁ ଠାରୁ ଦୁଇ ରୁ ତିନି କିଲୋମିଟର ଅନ୍ୟ ସବୁ ଗାଁର ଅଙ୍ଗନବାଡି କେନ୍ଦ୍ରକୁ ଗଲେ ମିଳେ ଅଣ୍ଡା ଛତୁଆ ନଗଲେ ମିଳେ ନାହିଁ ଅଣ୍ଡା ଛତୁଆ।ଗାଁରେ କିପରି ସୁସ୍ଥ ଶିଶୁ ଜନ୍ମ ହେବେ ତାହା ଆପଣ ମାନେ ଅନୁମେୟ କରୁଥିବେ। ଗାଁରେ ଅଙ୍ଗନବାଡି ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଦୀର୍ଘ ବର୍ଷରୁ ଦାବି କରି ଆସୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ମାନେ କର୍ଣ୍ଣପାତ କରୁ ନଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ସରପଞ୍ଚ ଓ ଗ୍ରାମବାସୀ। ଗତ ବର୍ଷ ଡିସେମ୍ବର ମାସ ୨୦ ତାରିଖରେ ରାଜ୍ୟପାଳ ରଘୁବର ଦାସ ପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ ବଡାଗୁଡା ଗ୍ରାମରେ ଜନଶୁଣାଣୀ ସମୟରେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ର ନାୟକ ଅଭିଯୋଗ ରେ କହିଥିଲେ ନେତା ରାଜନେତା ପର୍ଯ୍ୟନ୍ତ ଗୁହାରି କରିବା ପରେ କେହିବି ଶୁଣୁ ନାହାଁନ୍ତି ଏହି ୫ ଖଣ୍ଡ ଗାଁ ଲୋକଙ୍କ ଦୁଃଖ।
ଏମିତିକି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଙ୍କୁ ଜଣେଇବା ପରେ କିଛି ବି ଗ୍ରାମବାସୀଙ୍କୁ କୌଣସି ସୁଫଳ ନମିଳିବା ପରେ ଶେଷରେ ଗାଁ ଲୋକେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅନ ଲାଇନ ମାଧ୍ୟମରେ ଅଭିଯୋଗ କରିଛନ୍ତି ତଥାପି କାର୍ଯ୍ୟ ସୁନ।ପରେ ଗାଁର ଲୋକମାନେ ମାଥିଲି ବ୍ଲକ କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ମଧ୍ୟ ଅଭିଯୋଗ କରିଛନ୍ତି ତଥାପିବି ଶୁଣୁ ନାହିଁ ପ୍ରଶାସନ । ରାଜ୍ୟପାଳ ରଘୁବର ଦାସ ସ୍ଥାନୀୟ ସରପଞ୍ଚଙ୍କ ଏପରି ଅଭିଯୋଗ ଶୁଣିବା ପରେ କ୍ଷବ ପ୍ରକାଶ କରି କହିଥିଲେ ସ୍ୱାଧୀନତା ର ସାତ ଦସନ୍ଦି ବିତି ଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପ୍ରାକ ଶିକ୍ଷା ପହଞ୍ଚେଇବା ପାଇଁ ଜିଲ୍ଲା ପ୍ରଶାସନ ବିଫଳ ହୋଇଛନ୍ତି । ଏହି ଖବର ପ୍ରକାଶ ପରେ ବି ବ୍ଲକ ତଥା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ସୂଚନା ଥାଉ ଯେ ପାଙ୍ଗାମ ପଞ୍ଚାୟତ ର ୫ ଖଣ୍ଡ ଗାଁରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଉପରେ ଆମେ ପୂର୍ବତନ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷିକେଶ ଗଣ୍ଡ ଙ୍କୁ ପଚାରିଥିଲୁ ସେ କହିଥିଲେ ବ୍ଲକର ଅନେକ ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ଙ୍କୁ ପ୍ରସ୍ତାବ ଦିଆଯାଇଛି ପ୍ରସ୍ତାବ ମଞ୍ଜୁର ହେଲେ ସମସ୍ତ ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଓ କର୍ମଚାରୀ ନିଯୁକ୍ତି ଦିଆଯିବ ବୋଲି ଆମକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଗଲା ବୋଲି ସରପଞ୍ଚ ଇନ୍ଦ୍ର ନାୟକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତାହାରି ଭିତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଦଳିଛନ୍ତି ।ତାହା ସହିତ ସରକାର ମଧ୍ୟ ବଦଳିଛନ୍ତି ବର୍ତ୍ତମାନର ବିଡ଼ିଓ ଡାକ୍ତର ହିମାଞ୍ଚଳ ମାଝୀ ଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲୁ।କିନ୍ତୁ ବିଡ଼ିଓ ଡାକ୍ତର ମାଝୀ ପୂର୍ବରୁ କଣ ହୋଇଛି ମୁଁ ତ ଜାଣି ନାହିଁ ମୁଁ ଏବେ ସିଡିପିଓ ଙ୍କ ସହିତ କଥା ହୋଇ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତି କରାଇବା ସହିତ ତୁରନ୍ତ କିପରି ସମ୍ପୃକ୍ତ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେବ ତାହାର ବ୍ୟବସ୍ଥା ବିଭାଗ ତରଫରୁ କରାଯିବ। ଦେଖିବାକୁ ବାକି ରହିଲା ସେହି ଗ୍ରାମରେ କେବେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେଉଛି ନିରୀହ ଗରିବ ଆଦିବାସୀ କୋମଳମତି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ମିଳୁଛି ପୁଷ୍ଟିକର ଖାଦ୍ୟ ।