ମାଲକାନଗିରି : ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଲକାନଗିରି -ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୯୬ ନିକଟରେ ଥିବା ପୋଲ ଉପରେ ଗତ ଦୁଇ ଦିନ ହେଲା ପ୍ରାୟ ୫ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି । ଯାହାଦ୍ଵାରା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେହିପରି ମୋଟୁ ଓ ଏମଭି -୭୯ ସ୍ଵାସ୍ଥ୍ୟକେନ୍ଦ୍ରର ଗୁରୁତର ରୋଗୀ ମାନେ ଉଚ୍ଚତର ଚିକିତ୍ସା ନିମନ୍ତେ କାଲିମେଳା ଓ ମାଲକାନଗିରିକୁ ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଗ୍ରାମଗୁଡିକରେ ରହିଥିବା ମାଟିଘର ଗୁଡିକ ମଧ୍ୟରୁ ଦୁର୍ବଳ ଅବସ୍ଥାରେ ରହିଥିବା ମାଟି ଘରଗୁଡିକ ଭାଙ୍ଗି ଲୋକ ଆହତ ହୋଇଥିବାର ଜଣାପଡିଛି।