ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ପ୍ରତିଷ୍ଠାତା ପୂର୍ବତନ ସାଂସଦ ପଦ୍ମଭୂଷଣ ଡଃ ନାରାୟଣ ସୁବାରାଓ ହାର୍ଡ଼ିକରଙ୍କ ୪୮ ତମ ଶ୍ରାଦ୍ଧ ଦିବସ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଡଃ ହାର୍ଡିକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେଯେ ହାର୍ଡିକର ଜଣେ ଦୂରଦୃଷ୍ଟି ସମ୍ପନ୍ନ ଜନନେତା ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଛାତ୍ର ଯୁବକମାନଙ୍କୁ ସଂଗଠିତ କରି ଶୃଙ୍ଖଳିତ ଜନସେବା ପାଇଁ ହିନ୍ଦୁସ୍ଥାନୀ ସେବାଦଳ ଗଠନ କରିଥିଲେ, ଯାହାର ପ୍ରଥମ ସଭାପତି ଥିଲେ ପଣ୍ଡିତ ଜବାହରଲାଲ ନେହେରୁ । ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ମୃତିଚାରଣ କରି କହିଲେ ଯେ ସ୍ୱାଧୀନତା ସଂଗ୍ରାମ ପ୍ରତ୍ୟେକଟି ପ୍ରଦର୍ଶନ ଭଲକାମ ପଛରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ଆଶୀର୍ବାଦ ଥିଲା । ହିନ୍ଦୁସ୍ଥାନୀ ସେବାଦଳ ଗଠନର ପୃଷ୍ଠଭାଗରେ ଗାନ୍ଧୀଜୀଙ୍କ ଆଶୀର୍ବାଦ ଥିଲା ।