ଢାକା, 1 ମାର୍ଚ୍ଚ ବାଂଲାଦେଶର ରାଜଧାନୀ ଢାକାରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗିବା କାରଣରୁ 44ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ନିଆଁରେ ଜଳିଯାଇଛନ୍ତି । ଏଥିରେ ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଜଳିଯାଇଥିବା ଲୋକଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଂଲାଦେଶର ପ୍ରମୁଖ ଖବର କାଗଜ ଅନୁସାରେ, ଢାକା ଟ୍ରିବ୍ୟୁନ ଅନୁସାରେ, ଏହି ନିଆଁ ରାଜଧାନୀ ଢାକାର ବେଲି ରୋଡ୍ ସ୍ଥିତ ସାତ ମହଲା ବିଶିଷ୍ଟ ବ୍ୟବସାୟିକ ବିଲ୍ଡିଂରେ ଲାଗିଛି । ଏହି ନିଆଁରେ 6ଟି ରେସ୍ତୁରାଁ, ଗେଜେଟ୍, ଗିୟର ଓ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ସ୍ୟାମସଙ୍ଗର ଆଉଟଲେଟ୍, ଏଲିନ ନାମକ କପଡା ସୋରୁମ ଆଦି ଜଳି ଭସ୍ମୀଭୂତ ହୋଇଯାଇଛି । ନିଆଁ ପ୍ରଥମ ମହଲାରେ ଲାଗି ଦ୍ରୁତଗତିରେ ସମସ୍ତ ବିଲ୍ଡିଂକୁ ବ୍ୟାପିଯାଇଥିଲା ।