ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ୪୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସେମାନଙ୍କ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ୪୦ ଜଣ ଅନ୍ୟ ଜିଲ୍ଲା ଓ ରାଜ୍ୟରୁ ଆସିଥିବା ବେଳେ ସ୍ଥାନୀୟ ରୋଗୀ ୨ ଜଣ। ସହରାଞ୍ଚଳରୁ ୧୨, ଜାମଗାଁ ପି ଏଚ୍ ସି ୫, ଦେଓଗାଁ ୬, ସଲେଭଟା ୬, ସିନ୍ଧେକେଲା ୧, ଚୁଡ଼ାପାଳି ୧, ଲୋଇସିଂହା ୩, ଖୋଲାନ୍ ୧, ଟିଟିଲାଗଡ ୨, ଘସିଏନ ୧, ତୁରେକେଲା ୨, ଖପ୍ରାଖୋଲ ୧ ଓ କଣ୍ଟାବାଞ୍ଜିରେ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ ବିପଦ ମୁକ୍ତ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ କେ.ସି. ମହନ୍ତ ପ୍ରକାଶ କରିଛନ୍ତି।