ମାଲକାନଗିରି : ମାଲକାନଗିରି ର ବହୁ ପୁରାତନ ଓ ପୌରାଣିକ ବାଲିସାଗର ପୁଷ୍କରିଣୀ କୁ ନବରଙ୍ଗପୁର ସାଂସଦ ରମେଶ ମାଝୀ ଗସ୍ତ କରି ଏହାର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ ବାଲିସାଗର ପୁଷ୍କରଣୀ ରୁ ପଙ୍କ ଉଦ୍ଧାର ଓ ଉନ୍ନତିକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ମୋ ପୋଖରୀ ଯୋଜନାରେ ୪କୋଟି ୧୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି କାର୍ଯ୍ୟକୁ ମାଲକାନଗିରି ଜିଲ୍ଲାର ୩୧ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ମଡେଲ ପୁଷ୍କରଣୀ ସହିତ ସୋନ୍ଦର୍ଯ୍ୟ କରଣ ଓ ଉନ୍ନତି ନିମନ୍ତେ ପୌରପରିଷଦ ପକ୍ଷରୁ ସରକାର ଙ୍କୁ ୧୮ କୋଟି ଟଙ୍କା ଅନୁଦାନ ଦେବା ପାଇଁ ପ୍ରୋଜେକ୍ଟ ଦିଆଯାଇଛି। ଏହା ଅନୁମୋଦନ ମିଳିନଥିବାର ଜଣା ପଡ଼ିଛି। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମୀ, ପୌର ଅଧକ୍ଷ ମନୋଜ କୁମାର ବାରିକ, ଉପପୌର ଅଧକ୍ଷା କବିତା ମାହୁନ୍ତ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ, ଗୋପାଳ ପଣ୍ଡା, ନୃସିଂହ ଚରଣ ମହାନ୍ତିଙ୍କ ସମେତ ବହୁ ସ୍ଵୟଂସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ ।