ମୁମ୍ବାଇ : ମହାରାଷ୍ଟ୍ରର ନନ୍ଦେଡସ୍ଥିତ ଶଙ୍କରରାଓ ଚୌହ୍ୱାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପ୍ରଥମେ ହଠାତ୍ 24 ଜଣଙ୍କର ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଥିଲା କିନ୍ତୁ ବର୍ତ୍ତମାନ ସୂଚନା ସାମ୍ନାକୁ ଆସିଛି ଯେ, ଆଉ 7 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ମୃତ୍ୟୁ ସଂଖ୍ୟା 31 କୁ ବୃଦ୍ଧି ପାଇଛି।
ଡାକ୍ତରଖାନାରେ ଏତେ ସଂଖ୍ୟକ ଆକସ୍ମିକ ମୃତ୍ୟୁକୁ ନେଇ ବିରୋଧୀମାନେ ନିରନ୍ତର ଡାକ୍ତରଖାନା ପ୍ରଶାସନ ଏବଂ ମହାରାଷ୍ଟ୍ର ସରକାର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ହସ୍ପିଟାଲର ଡିନ୍ ଡାକ୍ତରଖାନା ପ୍ରତି ଅବହେଳା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ଡାକ୍ତରଖାନାରେ ଔଷଧର ଅଭାବ ନାହିଁ ବୋଲି କହିଛନ୍ତି । ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା ବୋଲି ଯୁକ୍ତି ବାଢିଛନ୍ତି।
ହସ୍ପିଟାଲର ଡିନ୍ ଯେ, ସାପ କାମୁଡ଼ିବା କାରଣରୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନେକ ରୋଗୀ ମଧୁମେହ, ଯକୃତ ବିଫଳତା ଏବଂ କିଡନୀ ବିଫଳତା ଭଳି ବିଭିନ୍ନ ରୋଗରେ ପୀଡିତ ଥିଲେ, ସମସ୍ତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଥିଲା କିନ୍ତୁ ସେମାନଙ୍କ ଶରୀର କୌଣସି ପ୍ରତିକ୍ରିୟା ଦେଇ ନଥିଲା। 70-80 କିଲୋମିଟର ବ୍ୟାସାର୍ଦ୍ଧରେ ଏହା ହେଉଛି ଏକମାତ୍ର ଡାକ୍ତରଖାନା, ଦୂର ଦୂରାନ୍ତରୁ ରୋଗୀମାନେ ଏଠାକୁ ଆସନ୍ତି।