ସମ୍ବଲପୁର : ଆଜି ପୂର୍ବାହ୍ନରେ ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଫଳରେ ଏବେ ମୋଟ୍ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ବନ୍ଧର ବାମ ପାର୍ଶ୍ଵ ଡାଇକ୍ ର ୭ଟି ଏବଂ ଡାହାଣ ପାର୍ଶ୍ଵ ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ପୂର୍ବାହ୍ନ ୯ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୬ ହଜାର ୮୮ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୧୦ଟି ସ୍ଲୁଇସ୍ ଗେଟ୍, ବିଭିନ୍ନ ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୪ ହଜାର ୨୦୭ ଘନଫୁଟ୍ ରୁ ଉର୍ଦ୍ଧ୍ଵ ଜଳ ମହାନଦୀକୁ ଛଡାଯାଉଛି । ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ୍ ରହିଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।