ଭୁବନେଶ୍ୱର : ବିକାଶର ବିକଳ ଚିତ୍ର । ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ପୁଣି ଡାଲାରେ ଭାର ହୋଇ ବୁହାହେଲେ ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ଅଧିନସ୍ଥ ମଧୁବିଶାଳୀ ଗାଁରେ। ଗାଁରେ ବୃଦ୍ଧା ଡମାଇ ଗୌଡ ଜ୍ୱରରେ ପୀଡିତ ହୋଇ ଗୁରୁତର ହୋଇପଡିଥିଲେ । ତେବେ ଗାଁରୁ ବାହାରିବାକୁ ହେଲେ ଭରା ଚବେରୀ ନଦୀ ପାର୍ କରିବାକୁ ପଡେ । ପୋଲ କିମ୍ବା ଅନ୍ୟ କୌଣସି ରାସ୍ତା ନଥିବାରୁ ଗାଁକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଶେଷରେ ପରିବାର ଲୋକେ ଏବଂ ଗ୍ରାମବାସୀ ଡାଲାରେ ଭାର କରି ବୃଦ୍ଧାଙ୍କୁ ବୋହିନେଇଥିଲେ । ଏବଂ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।