
ଜୟପୁର : ଅବିଭକ୍ତ କୋରାପୁଟ ଜିଲାରେ ଘରୋଇ ବସ ବନ୍ଦ । ରାୟଗଡା, କୋରାପୁଟ,ନବରଙ୍ଗପୁର ଓ ମାଲକାନଗିରି ଜିଲାରରେ ଘରୋଇ ବସ ଚଳା ଚଳ ବନ୍ଦ ରହିଛି । ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଅବିଭକ୍ତ କୋରାପୁଟ ଜିଲାରେ ୨ ଶହ ରୁଟରେ ୩ ଶହରୁ ଉଦ୍ଧ ବସ ଚଳା ଚଳ ବନ୍ଦ ରହିଛି । ବସ ବନ୍ଦ ଦ୍ୱାରା ଯାତାୟତରେ ବେଶ ପ୍ରଭାବ ପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲାରୁ ଲକ୍ଷ୍ମୀ ଯୋଜନାରେ ବସ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ପ୍ରଭାବ ଘରୋଇ ବସ ଉପରେ ପଡୁଥିବା ଅଭିଯୋଗ କରି ଆଜି ଅବିଭକ୍ତ କୋରାପୁଟ ଜିଲାରେ ୨୪ ଘଣ୍ଟିଆ ଘରୋଇ ବସ ବନ୍ଦ ଡାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ । ସକାଳ ୬ ଘଣ୍ଟାରୁ ବସ ଚଳା ଚଳ ବନ୍ଦ ରହିଛି । ସଂଘ ଅଭିଯୋଗ କରିଛି ଯେ ସରକାରଙ୍କ ଏହି ଯୋଜନାକୁ ଆମେ ସହଯୋଗ କରୁଛୁ ହେଲେ ସରକାର ନିଜ ରାଜ୍ୟର ଘରୋଇ ବସ ମାଲିକଙ୍କୁ ସେ ଯୋଜନାରେ ସାମିଲ ନକରି ଅନ୍ୟ ରାଜ୍ୟରୁ ବସ ଆଣିବା ଦ୍ୱାରା ଘରୋଇ ବସ ମାଲିକ ମାନେ ବେଶି କ୍ଷତି ସହିବା ସହ କର୍ମଚାରି ମାନେ ନାନାଦି ଅସୁବିଧାରେ ସମ୍ମୁଖିନ ହେବେ । ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ ମାଲିକ ସଂଘ ଆବାହକ ନରେନ୍ଦ୍ର ମହାନ୍ତି ।