ଭୁବନେଶ୍ୱର : ଚିଟ୍ ଫଣ୍ଡ କମ୍ପାନୀ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନୀର ୨ ଅଧିକାରୀଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ସାରଦା କମ୍ପାନୀର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ହେଲେ ୨ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଶୁଣାଇଛନ୍ତି ।
ଜମାକାରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସାରଦା କମ୍ପାନୀ କୋଟି କୋଟି ଟଙ୍କା ଠକେଇ କରିବାର ଅଭିଯୋଗ ହୋଇଥିଲା ।