କାଠମାଣ୍ଡୁ : ନେପାଳରେ ସୁନା ଚୋରା ଚାଲାଣ ମାମଲାରେ 48ଘଣ୍ଟାରେ ପୁଣି ଚୀନର 2 ନାଗରିକ ଗିରଫ ହୋଇଛନ୍ତି । ଏକ କ୍ୱିଣ୍ଟାଲ ସୁନା ଚୋରା ଚାଲାଣ ମାମଲାରେ ଏହି ଦୁଇଜଣଙ୍କୁ ମିଶାଇ ଏବେ ସୁଦ୍ଧା ଚୀନର 12ଜଣଙ୍କୁ ଗିରଫ କରିଛି ନେପାଳ ପୋଲିସ । ମାମଲାରେ ଏହା ଷଷ୍ଠ ଗିରଫଦାରି ।
ନେପାଳ ପୋଲିସର ମୁଖପାତ୍ର ଡିଆଇଜି କୁବେର କଡାୟତଙ୍କ ଅନୁସାରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାର ତଦନ୍ତ କରୁଥିବା ବେଳେ ଗତ ରାତିରେ କାଠମାଣ୍ଡୁ ସ୍ଥିତ ଏକ ଆପାର୍ଟମେଣ୍ଟରେ ଚଢାଉ କରି 2ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି । ଏହି ଦୁଇ ଚୀନି ନାଗରିକ ଏଠାରେ ବେଆଇନ ଭାବେ ଦୀର୍ଘ ସମୟ ଧରି ରହୁଥିଲେ ।