କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ – କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବଜ୍ରପାତ ଘଟି ପ୍ରାୟ ୧୭ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗୁରୁତର ଆହତ ଛାତ୍ରଛାତ୍ରୀ ମାନେ ସମସ୍ତେ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଅଟନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଅଟନ୍ତି । ସ୍କୁଲ ଶିକ୍ଷକ ଓ ସ୍ଥାନୀୟ ଲୋକ ତୁରନ୍ତ ସେମାନଙ୍କୁ ମେଡିକାଲ ରେ ଭର୍ତି କରିଥିଲେ । ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ମାନେ ପହଁଚିବା ପରେ ସେମାନଙ୍କ ଚିକିତ୍ସା କରାଯାଇ ଥିଲା । କ୍ଲାସ ରୁମ ଉପରେ ଘଡଘଡି ପଡିବା ପରେ ବିଦ୍ୟୁତ୍ ସଟ ସକ୍ରିର୍ଟ ହେଲା ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । କିଛି ଛାତ୍ରଛାତ୍ରୀ ଙ୍କର ଚେତା ନଥିବା ବେଳେ ଅନ୍ୟ କିଛି ଛାତ୍ରଛାତ୍ରୀ ଙ୍କର ମୁଣ୍ଡ ବୁଲାଇବା, ବାନ୍ଦି ହେବା ଲକ୍ଷ୍ୟଣ ଦେଖା ଦେଇଥିଲା । ଡାକ୍ତରଖାନାରେ ଛାତ୍ରଛାତ୍ରୀ ଙ୍କର ଚିକିତ୍ସା କରାଯାଉଛି । ୨ଜଣ ଛାତ୍ରୀ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତି କରାଯାଇଛି ।