ଭୁବନେଶ୍ୱର, 7 ସେପ୍ଟେମ୍ବର – ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇେଂଟଲିଜେନ୍ସ ୨ କେଜି ୪୬୫ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ କରିଛି । ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି । ଘଟଣାରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।